Author: Sarasinee Subudhi

ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ଜଳ ପ୍ରଳୟ । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବା ଦ୍ବାରା ଆସିଛି ଜଳ ପ୍ରଳୟ । ବାଦଲ ଫାଟିବା କାରଣରୁ ମଙ୍ଗଳବାର ପାହାଡ଼ ଉପରୁ ଦ୍ରୁତ ଗତିରେ ମାଟି ମିଶା ପାଣି ମାଡ଼ି ଆସିଛି । ଫଳରେ ଅନେକ ଗାଁ, ଲଜ୍, ହୋଟେଲ୍, ଘର, ବଜାର ଭାସିଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି। ଉତ୍ତରକାଶୀ ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି, ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା…

Read More