Author: Sarasinee Subudhi

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଭାରତର ନିର୍ବାଚନ କମିଶନ (ECI)କୁ ନିର୍ବାଚନ ଜାଲିଆତି ନେଇ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉଠାଯାଇଥିବା “ଗମ୍ଭୀର ପ୍ରଶ୍ନ”ର ତୁରନ୍ତ ସମାଧାନ କରିବାକୁ ଆହ୍ୱାନ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଭାରତର ଗଣତାନ୍ତ୍ରିକ ବିଶ୍ୱସନୀୟତା ବିପଦରେ ଅଛି। ଥରୁର ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି “ଆମର ଗଣତନ୍ତ୍ର ଅପାରଗତା, ଅବହେଳା କିମ୍ବା ଆହୁରି ଖରାପ, ଜାଣିଶୁଣି ହେରଫେର ଦ୍ୱାରା ଏହାର ବିଶ୍ୱସନୀୟତାକୁ ନଷ୍ଟ ହେବାକୁ ଦେବା ଅତ୍ୟନ୍ତ ଚିନ୍ତା ଜନକ । ନିର୍ବାଚନ ଆୟୋଗ ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବା ଉଚିତ ଏବଂ ଦେଶକୁ ଅବଗତ ରଖିବା ଉଚିତ”। ଥରୁର ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ଉତ୍ତର ଦେଇଛନ୍ତି, ଯେଉଁଥିରେ ସେ ସାମ୍ପ୍ରତିକ ସାଧାରଣ ନିର୍ବାଚନ ସମୟରେ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ “ବ୍ୟାପକ ଅପରାଧିକ ଜାଲିଆତି ବା ଭୋଟ ଚୋରୀ “ରେ ସାମିଲ ହେବାର ଅଭିଯୋଗ…

Read More