Author: Sarasinee Subudhi

ସୁରକ୍ଷା ନେଇ ପ୍ରସିଦ୍ଧ ଯୁଟ୍ୟୁବର ଏଲଭିସ ଯାଦବ ବର୍ତ୍ତମାନ ଚିନ୍ତାରେ ଅଛନ୍ତି। ରବିବାର ସକାଳେ ତାଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ଗୁଳିମାଡ଼ ହୋଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ପ୍ରାୟ ୧୦-୧୨ ରାଉଣ୍ଡ ଗୁଳି ଚାଳନା ହୋଇଛି। କେହି ବୁଝି ପାରୁନାହାନ୍ତି ଯେ ଏଲଭିସ ଯାଦବଙ୍କ ଘର ଉପରକୁ କିଏ ଗୁଳିମାଡ଼ କରିଛି। ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ଏଲଭିସ୍ ନିଜ ଘରେ ନଥିଲେ। ଏହି ଘଟଣା ରବିବାର ସକାଳ ପ୍ରାୟ ସାଢେ ପାଞ୍ଚଟା ବେଳେ ଘଟିଥିଲା। କିଛି ଅଜଣା ଦୁର୍ବୃତ୍ତ ଏଲଭିସ୍ ଯାଦବଙ୍କ ଘରେ ଆଖିବୁଜା ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ଏଲଭିସ୍ ଯାଦବଙ୍କ ଶତ୍ରୁ କିଏ? ଏହି ଗୁଳିଚାଳନା ପଛରେ କିଏ ଅଛି? ଏଲଭିସ ଯାଦବ କାହା ସହ ଦୋସ୍ତିର ମୂଲ୍ୟ ଦେଉଛନ୍ତି କି? ପ୍ରକୃତରେ, ଏଲଭିସ୍ ଯାଦବଙ୍କ ପୂର୍ବରୁ ତାଙ୍କ ଜଣେ ବନ୍ଧୁଙ୍କ ଉପରେ ମଧ୍ୟ ଗୁଳିଚାଳନା…

Read More