Author: Sarasinee Subudhi

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ ହେବାକୁ ଯାଉଛନ୍ତି ଦେଶର ଆଗାମୀ ଉପରାଷ୍ଟ୍ରପତି । ତାଙ୍କ ନାମ ଘୋଷଣା କରି ଜେପି ନଡ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ସମସ୍ତ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ସମସ୍ତ ସଦସ୍ୟଙ୍କ ପରାମର୍ଶ ନିଆଯାଇଥିଲା, ଯାହା ପରେ ରାଧାକୃଷ୍ଣନଙ୍କ ନାମରେ ମୋହର ଲାଗିଥିଲା। ମଙ୍ଗଳବାର ଏନଡିଏ ସାଂସଦୀୟ ଦଳର ବୈଠକରେ ସିପି ରାଧାକୃଷ୍ଣନ ମଧ୍ୟ ଉପସ୍ଥିତ ରହିପାରନ୍ତି। ତାମିଲନାଡୁରୁ ଆସୁଥିବା ସିପି ରାଧାକୃଷ୍ଣନଙ୍କୁ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଗଣାଯାଏ। ତାମିଲନାଡ଼ୁର ସ୍ୱଂୟସେବକ ୧୯୫୭ ମସିହା ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକୃଷ୍ଣନଙ୍କ ରାଜନୈତିକ ଜୀବନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଜନସଂଘ ସହ ଜଡ଼ିତ ରହିଛି। ସିପି ରାଧାକୃଷ୍ଣନ ୧୯୭୦ ଦଶକରେ ଆରଏସଏସରେ ସ୍ୱୟଂସେବକ ଭାବେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ଏହାପରେ ସେ ଭାରତୀୟ ଜନସଂଘର ରାଜ୍ୟ…

Read More