Author: Sarasinee Subudhi

ଆଜିର ୟୁରୋପ ଏବଂ ତାର ନେତାମାନେ ଏକମତ ଯେ ସେମାନେ ଋଷ ଉପରେ ଆଦୌ ଭରସା କରନ୍ତି ନାହିଁ। ସେମାନେ ସମସ୍ତେ ଋଷ ବିରୋଧରେ ଅଛନ୍ତି। ସେମାନେ ଋଷକୁ ନିଜ ପାଇଁ ସବୁଠାରୁ ବଡ଼ ବିପଦ ଭାବୁଛନ୍ତି। ୟୁରୋପରେ ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ପ୍ରତି ନକାରାତ୍ମକ ଦୃଷ୍ଟିକୋଣ ଅନେକ କାରଣରୁ ସୃଷ୍ଟି ହୋଇଛି ଏବଂ ସମଗ୍ର ୟୁରୋପ ଏବେ ଋଷକୁ ଶତ୍ରୁ ନମ୍ବର ଏକ ଭାବୁଛି। ଏହି ଅବିଶ୍ୱାସ ଓ ଶତ୍ରୁତାର ଅନେକ କାରଣ ଅଛି, ଯାହା ଗତ କିଛି ବର୍ଷରେ ଲଗାତାର ବଢ଼ିଚାଲିଛି। ଆସନ୍ତୁ ଜାଣିବା ସେହି ୬ କାରଣ କ’ଣ,ଯେଉଁଥିପାଇଁ ବାକି ୟୁରୋପ, ପୁଟିନ ଓ ତାଙ୍କ ଋଷକୁ ବିଶ୍ୱାସକୁ ନେଇ ପାରୁନାହିଁ । ୧. ୟୁକ୍ରେନ ସଙ୍କଟ ଓ କ୍ରିମିଆର ବିଲୟ ୨୦୧୪ରେ ଋଷ ଜୋର ଜବରଦସ୍ତ କ୍ରିମିଆକୁ ନିଜ ଦେଶରେ ମିଶାଇ ନେଇଥିଲା। ୟୁରୋପ ଋଷର କ୍ରିମିଆକୁ ଦଖଲ କରିବା ଏବଂ ପୂର୍ବ ୟୁକ୍ରେନରେ…

Read More