Author: Sarasinee Subudhi

ଭାରତୀୟ ଉଦ୍ୟୋଗପତି ୫୩ ବର୍ଷୀୟ ସଂଜୟ କପୁରଙ୍କୁ ଜୁନ୍ ୧୨ ତାରିଖରେ ବ୍ରିଟେନର ସରେରେ ପୋଲୋ ଖେଳୁଥିବା ସମୟରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର ଅଚାନକ ମୃତ୍ୟୁ ପରେ ଭାରତର ଏକ ପ୍ରମୁଖ ଅଟୋମୋଟିଭ୍ କମ୍ପାନୀରେ ଉତ୍ତରାଧିକାରୀ ନେଇ ତୀବ୍ର ସଂଘର୍ଷ ଆରମ୍ଭ ହୋଇଛି। ସଂଜୟ କପୁର ୩୦,୦୦୦ କୋଟି ଟଙ୍କାର ଅଟୋ ପାର୍ଟସ୍ କମ୍ପାନୀ ସୋନା କମଷ୍ଟାରର ଉତ୍ତରାଧିକାରୀ ଥିଲେ। ଏହି ବ୍ୟବସାୟିକ ସାମ୍ରାଜ୍ୟ ତାଙ୍କୁ ତାଙ୍କ ପିତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିଲା। ଭାରତର ଶୀର୍ଷ ଅଟୋ କମ୍ପୋନେଣ୍ଟ ନିର୍ମାତା କମ୍ପାନୀମାନଙ୍କ ମଧ୍ୟରୁ ଏହା ଗୋଟିଏ, ଯାହାର ଭାରତ, ଚୀନ, ମେକ୍ସିକୋ ଏବଂ ଆମେରିକାରେ ଦଶଟି ପ୍ଲାଣ୍ଟ ରହିଛି ଏବଂ ଏହାର ବ୍ୟବସାୟ ସାରା ବିଶ୍ୱରେ ବିସ୍ତାରିତ। ସଂଜୟ କପୁରଙ୍କ ଅସମୟ ମୃତ୍ୟୁ ସୋନା ଗ୍ରୁପ୍ ସାମ୍ରାଜ୍ୟ ଉପରେ ନିୟନ୍ତ୍ରଣ ଏବଂ ଉତ୍ତରାଧିକାର ନେଇ କପୁର ପରିବାର ମଧ୍ୟରେ ଶକ୍ତି ସଂଘର୍ଷ ସୃଷ୍ଟି କରିଛି। ପୋଲୋର ଶୌକୀନ ସଂଜୟ କପୁର…

Read More