Author: TRUPTIMAYEE SAHOO

ଗତ କିଛିଦିନ ମଧ୍ୟରେ ଗଜପତି ଜିଲ୍ଲାର ଅନେକ ବାସିନ୍ଦା ହାଡଫୁଟିରେ ଆକ୍ରାନ୍ତ ହେବା ପରେ ଆରମ୍ଭ ହୋଇଛି ଚିକତ୍ସା ପାଇଁ ପୂର୍ବ ପ୍ରସ୍ତୁତି | ଏନେଇ ଜିଲ୍ଲାସ୍ତରୀୟ ଏକ ସ୍ୱାସ୍ଥ୍ୟ ଦଳ ଓଡ଼ିଶାର ଗଜପତିର ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଲି ଗ୍ରାମ ପରିଦର୍ଶନ କରିଛନ୍ତି | ପୁରୁଷ, ମହିଳା ଏବଂ ପିଲାମାନେ ଏହି ଭୂତାଣୁ ଜନିତ ରୋଗାକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିବା ପରେ ସେଠିକା ମାଟିର ମୂଲ୍ୟାଙ୍କନ ସହିତ ଗ୍ରାମବାସୀଙ୍କୁ ସଫାସୁତୁରା ଓ ପ୍ରାଥମିକ ପଦକ୍ଷେପ ନେଇ ବୁଝାଇଥିଲେ ଡାକ୍ତରୀ ଦଳ | ସ୍ୱାସ୍ଥ୍ୟ ଦଳ ପରିସ୍ଥିତି ସମୀକ୍ଷା କରିଛନ୍ତି ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଗୁରୁଝୁଲି ଗ୍ରାମରୁ ହାଡଫୁଟିର ବହୁ ମାମଲା ରିପୋର୍ଟ ହୋଇଛି । ରିପୋର୍ଟ ପରେ, ଜିଲ୍ଲା ପ୍ରଶାସନର ଏକ ତିନି ଜଣିଆ ଦଳ ମଙ୍ଗଳବାର ସ୍ଥିତି ସମୀକ୍ଷା କରିବା ପାଇଁ ଗାଁ ବୁଲି ଦେଖିଥିଲେ | ଦଳର ସହ ମୋହନା ଏବଂ ବିରିକୋଟର…

Read More