Author: TRUPTIMAYEE SAHOO

ପୁଣି ଭିଜିଲାନ୍ସ ଜଳରେ ଆଉ ଜଣେ (OAS) ସରକାରୀ ବାବୁ | ଖୋଲୁଛି କଳା ସାମ୍ରାଜ୍ୟର କଳା ଚିଠା | ଆନୁପାତିକ ସମ୍ପତ୍ତି ଅଭିଯୋଗରେ ଆଜି ସକାଳୁ କଣ୍ଟାପଡାର ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ସହ ଜଡିତ ଥିବା ସାତଟି ସ୍ଥାନରେ ଏକାବେଳକେ ଚଢାଉ କରିଛି ଓଡିଶା ଭିଜିଲାନ୍ସ । କଟକ ଜିଲ୍ଲା କଣ୍ଟାପଡାର ତହସିଲଦାର ଭାବରେ କାର୍ଯ୍ୟରତ ପ୍ରସନ୍ନଙ୍କ ଘରେ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ହୋଇଥିଲା ଅଭିଯୋଗ । ଏନେଇ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ମାର୍ଚ୍ଚ୧୧ରେ ଜାରି ହୋଇଛି ସର୍ଚ୍ଚ ୱାରେଣ୍ଟ | ବହୁବିଧ ଦଳ ନିୟୋଜିତ ଭିଜଲାନ୍ସର ସୂଚନା ଅନୁଯାୟୀ, ତଲାସ ଅଭିଯାନ ଦୁଇ ଜଣ ଅତିରିକ୍ତ ପୋଲିସ ଅଧୀକ୍ଷକ (ଅତିରିକ୍ତ SP)ଙ୍କ ନେତୃତ୍ୱରେ ଚାଲିଛି | ଏଥି ସହିତ ଆଠ ଜଣ ଉପ ପୋଲିସ ଅଧୀକ୍ଷକ (DSP), 11 ଜଣ ଇନ୍ସପେକ୍ଟର, ପାଞ୍ଚ ଜଣ ସହାୟକ ଉପ-ନିରୀକ୍ଷକ (ASI) ଏବଂ ଅନ୍ୟାନ୍ୟ ସହାୟକ…

Read More