Author: TRUPTIMAYEE SAHOO

ପାକିସ୍ତାନ କ୍ରିକେଟରେ ପୁଣି ଥରେ ଦଳ ଚୟନକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି । ସଦ୍ୟତମ ପ୍ରସଙ୍ଗ ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ବ୍ୟାଟସମ୍ୟାନ୍ ଫଖର ଜମାନଙ୍କ ଫିଟନେସ୍ ଉପରେ ହୋଇଛି ମାହୋଲ ସରଗରମ । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ମେଡିକାଲ୍ ପ୍ୟାନେଲ୍ ସନ୍ଦେହ କରୁଛି ଯେ ଟି-୨୦ ବିଶ୍ୱକପ୍ ସମୟରେ ଉଭୟ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ନଥିଲେ, ତଥାପି ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲା । ଚୟନ ପ୍ରକ୍ରିୟା ଉପରେ ଉଠିଲା ପ୍ରଶ୍ନ; ପିସିବିଙ୍କ ତଦନ୍ତ ଆରମ୍ଭ ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ୱକପ୍ ପରେ ଉଭୟ ଖେଳାଳିଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ପି.ଟି.ଆଇ.ର ଏକ ରିପୋର୍ଟ ସୂଚିତ କରୁଛି ଯେ ୟୁକେ-ଭିତ୍ତିକ କ୍ରୀଡା ଔଷଧ ପରାମର୍ଶଦାତା ଡକ୍ଟର ଜାଭେଦ ମୁଗଲ ଏହି ପ୍ରସଙ୍ଗ ଉଠାଇଛନ୍ତି । ବରିଷ୍ଠ ଚୟନକର୍ତ୍ତା ଆକିବ ଜାଭେଦ ମଧ୍ୟ ଗତ ସପ୍ତାହରେ ବାଂଲାଦେଶ…

Read More