Author: TRUPTIMAYEE SAHOO

ଗୁରୁବାର ପୁରୀ ଜିଲ୍ଲାର ପିପିଲି ପୋଲିସ ସୀମା ଅନ୍ତର୍ଗତ ଗୁଡିଆ ପୋଖରୀ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ କଟକ ମଧୁପାଟଣା ଅଞ୍ଚଳର ବାସିନ୍ଦା ସୁଧାଂଶୁ ଭୂଷଣ ବେହେରା ବୋଲି ଚିହ୍ନଟ କରାଯାଇଛି। ତେବେ ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ, ସୁଧାଂଶୁ ସୋସିଆଲ ମିଡିଆରେ ଏକ ଶେଷ ଭିଡିଓ ପୋଷ୍ଟ କରି ନିଜ ହତାଶା ପ୍ରକାଶ କରି କହିଥିଲେ ଯେ , ସେ ପୋଲିସଠାରୁ ନ୍ୟାୟ ପାଇବାର ବିଶ୍ୱାସ ହରାଇ ସାରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ୮ଲକ୍ଷ ଟଙ୍କା ଠକିଥିଲେ । ସୁଧାଂଶୁ ମହିଳାଙ୍କ ବିରୋଧରେ ମାମଲା ଦାୟର କରିବା ପାଇଁ ଉଭୟ ପିପିଲି ପୋଲିସ ଷ୍ଟେସନ ଏବଂ ସହିଦ ନଗର ପୋଲିସ ଷ୍ଟେସନରେ ରିପୋର୍ଟ କରିଥିଲେ,କିନ୍ତୁ ଆଶ୍ୱସ୍ତି ନ ପାଇବାରୁ ସେ ନିରାଶ ହୋଇଥିଲେ। ଏହି ସମୟରେ, ମହିଳା…

Read More