Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରରେ ଧର୍ମନିରପେକ୍ଷତା ଏକ ସାମ୍ବିଧାନିକ ମୂଲ୍ୟବୋଧ, କିନ୍ତୁ ଗତ କିଛିବର୍ଷ ହେବ ଏହାର ସଂଜ୍ଞା କେବଳ ‘ତୁଷ୍ଟିକରଣ’ ଏବଂ ‘ସନାତନ ବିରୋଧ’ରେ ସୀମିତ ହୋଇଯାଇଥିବା ପରି ମନେହେଉଛି। ବିଶେଷ କରି ଦକ୍ଷିଣ ଭାରତର ରାଜନୀତିରେ ‘ଦ୍ରାବିଡ଼ ଅସ୍ମିତା’ ନାମରେ ଯେଉଁ ଖେଳ ଚାଲିଛି, ତାହା ଏବେ ସୀମା ଲଂଘିଛି। ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନିକଟତମ ବୟାନଗୁଡ଼ିକ କେବଳ ରାଜନୈତିକ ନୁହେଁ, ବରଂ ଏହା ଏକ ସୁଚିନ୍ତିତ ସାମାଜିକ ବିଭାଜନର ସଙ୍କେତ। ଯେଉଁ ନେତା ସନାତନ ଧର୍ମକୁ ‘ଡେଙ୍ଗୁ’, ‘ମ୍ୟାଲେରିଆ’ ବା ‘କରୋନା’ ଭଳି ରୋଗ ସହ ତୁଳନା କରି ଏହାର ସମୂଳ ବିନାଶ ପାଇଁ ଆହ୍ୱାନ ଦେଇଥିଲେ, ଆଜି ସେହି ନେତା ଇସଲାମର ସିଦ୍ଧାନ୍ତକୁ ଦ୍ରାବିଡ଼ ରାଜନୀତିର ପରିପୂରକ ଭାବେ ଉପସ୍ଥାପନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ—ଏହା କ’ଣ କେବଳ ଭୋଟ୍ ବ୍ୟାଙ୍କର ଗଣିତ ନା ସନାତନୀ ସଂସ୍କୃତିକୁ ଦୁର୍ବଳ କରିବାର…

Read More