Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଇତିହାସରେ ବିଧାନସଭା ଅନେକ ବାଦ-ବିବାଦର ସାକ୍ଷୀ ରହିଛି, କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ଅତ୍ୟନ୍ତ ଅଭାବନୀୟ। କଟକ ବଡ଼ ମେଡିକାଲ (ଏସସିବି) ର ଆଇସିୟୁ (ICU)ରେ ଗତ ୧୬ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଏବେ କେବଳ ଏକ ଦୁର୍ଘଟଣା ହୋଇ ରହିନାହିଁ, ବରଂ ଏହା ଏକ ପ୍ରଚଣ୍ଡ ରାଜନୈତିକ ଆଗ୍ନେୟଗିରିରେ ପରିଣତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳର ଅଟଳ ଆଭିମୁଖ୍ୟ ଯୋଗୁଁ ଗତ ୬ ଦିନ ହେଲା ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ୧୩ ଜଣ ନିଷ୍ପାପ ଜୀବନର ଆହୁତି ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜାରି ରହିଥିବା ଏହି ‘ମହାସଂଗ୍ରାମ’ ଗଣତନ୍ତ୍ରର ମନ୍ଦିରକୁ ଏକ ରଣକ୍ଷେତ୍ରରେ ପରିଣତ କରିଛି। ଅଗ୍ନିକାଣ୍ଡର ସେହି କଳା ରାତି ଓ ପ୍ରଶାସନିକ ବିଫଳତା ଗତ ୧୬ ତାରିଖ ରାତିରେ ଯେତେବେଳେ ସାରାରାଜ୍ୟ ଶୋଇଥିଲା, ସେତେବେଳେ ଏସସିବିର କାର୍ଡିଓଲୋଜି…

Read More