Author: TRUPTIMAYEE SAHOO

୨୦୨୪ ମସିହାରେ ହିମାଚଳ ପ୍ରଦେଶ ବିଧାନସଭାରେ ଘଟିଥିବା ଏକ ରାଜନୈତିକ ଘଟଣାକ୍ରମ ଏବେ ଓଡ଼ିଶା ସନ୍ଦର୍ଭରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୧୬ ମାର୍ଚ୍ଚ ୨୦୨୬ ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ପରେ ଓଡ଼ିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତି, ସମ୍ବିଧାନର ଦଶମ ଅନୁସୂଚୀ (ଦଳ ପରିବର୍ତ୍ତନ ବିରୋଧୀ ଆଇନ) ର ପ୍ରୟୋଗ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ଓଡ଼ିଶା ବିଧାନସଭା ବାଚସ୍ପତି, ହିମାଚଳ ପ୍ରଦେଶ ବାଚସ୍ପତି କୁଲଦୀପ ସିଂହ ପଠାନିଆଙ୍କ କାର୍ଯ୍ୟାନୁଷ୍ଠାନକୁ ଆଧାର କରି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ? ଏହାକୁ ନେଇ ଆରମ୍ଭ ହୋଇଥିବା ବିତର୍କ ଏବେ ତୀବ୍ର ହେବାରେ ଲାଗିଛି। ହିମାଚଳ ପ୍ରଦେଶର ପୂର୍ବ ଉଦାହରଣ ଏହି ବିତର୍କର ମୂଳ ଖୋଜିବାକୁ ହେଲେ ଆମକୁ ୨୦୨୪ ମସିହାକୁ ଫେରିବାକୁ ହେବ। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ସମୟରେ କେତେକ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ‘କ୍ରସ-ଭୋଟ୍’ ଦେଇଥିଲେ। କେବଳ ସେତିକି ନୁହେଁ, ପରେ ବିଧାନସଭାର…

Read More