Author: TRUPTIMAYEE SAHOO

ଓଡ଼ିଶାର ପ୍ରାକୃତିକ ସମ୍ପଦର ଅସଲ ମାଲିକ ହେଉଛନ୍ତି ସେହି ଅଞ୍ଚଳର ଲୋକେ, ଯେଉଁମାନେ ଖଣି ଖାଦାନ ପାଇଁ ନିଜର ଜମି, ପରିବେଶ ଏବଂ ସ୍ୱାସ୍ଥ୍ୟକୁ ବଳି ଦେଇଛନ୍ତି। ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗଠିତ ‘ଜିଲ୍ଲା ଖଣିଜ ଫାଉଣ୍ଡେସନ୍’ (ଡିଏମ୍ଏଣଫ୍‍) ଆଜି ବିବାଦର ଶରବ୍ୟ। ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ସିଏଜି)ଙ୍କ ସାଂଘାତିକ ରିପୋର୍ଟ ଏବେ ତତ୍କାଳୀନ ବିଜେଡି ସରକାରଙ୍କ ପାଣ୍ଠି ପରିଚାଳନାର କଳାକାରନାମାକୁ ପଦାରେ ପକାଇଛି। ଯେଉଁ ପାଣ୍ଠି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା, ତାହା ପ୍ରଶାସନିକ ସ୍ୱେଚ୍ଛାଚାରିତା ଏବଂ ରାଜନୈତିକ ଅଭିସନ୍ଧିର ଶିକାର ହୋଇଛି। ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଫ୍ରେମୱାର୍କ ଅଧୀନରେ ସଂଗୃହୀତ ପାଣ୍ଠିର କାର୍ଯ୍ୟଦକ୍ଷତା ଯାଞ୍ଚ କରିବା ପାଇଁ ସିଏଜିର ଏକ ଡ୍ରାଫ୍ଟ ରିପୋର୍ଟରୁ ଜଣାପଡିଛି ଯେ ୨୦୧୫-୧୬ ଏବଂ ୨୦୨୩-୨୪ ମଧ୍ୟରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଖଣି…

Read More