Author: TRUPTIMAYEE SAHOO

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ରାଷ୍ଟ୍ରୀୟ ସଂଘର୍ଷ | ଇରାନର ରାଜଧାନୀ ତେହେରାନରେ ପୁଣି ଘଟିଛି ନୂଆ ବିମାନ ଆକ୍ରମଣ | ଫାର୍ସ ନ୍ୟୁଜ୍ ଏଜେନ୍ସି ସମେତ ଇରାନୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସହରର ଅନେକ ଜିଲ୍ଲା ପ୍ରଭାବିତ ହୋଇଛି | ଆକ୍ରମଣର ଜୋରଦାର ବିସ୍ଫୋରଣ ସୃଷ୍ଟି କରିଛି ବହୁ କ୍ଷୟକ୍ଷତି । ରିପୋର୍ଟ ଅନୁଯାୟୀ, ପ୍ରମୁଖ ଏକ୍ସପ୍ରେସ ଏବଂ ସହରାଞ୍ଚଳ ସମେତ ଜିଲ୍ଲା ୧,୪,୧୧,୧୩ ଏବଂ ୨୧ର ପ୍ରମୁଖ ସ୍ଥାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା । ପିରୋଜି ଷ୍ଟ୍ରିଟ୍, ଗାର୍ମଦାରେହ, ଶାହିଦ ବାବେଇ ଏକ୍ସପ୍ରେସ, ହେରାଭି ସ୍କୋୟାର ଏବଂ ହାଫେଜ୍ ଷ୍ଟ୍ରିଟ୍ ଭଳି ଅଞ୍ଚଳରେ ତୀବ୍ର ବିସ୍ଫୋରଣ ହୋଇଥିଲା | ଯାହା ସେଠିକା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପୃଥକ ଭାବରେ, ଖୋରମବାଦରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି | ଯେତେବେଳେକି ଅନ୍ତର୍ଜାତୀୟ ରିପୋର୍ଟରେ ବିମାନ ଆକ୍ରମଣ ପରେ ଉର୍ମିଆରେ ମୃତାହତ…

Read More