Author: TRUPTIMAYEE SAHOO

ରାଜଧାନୀରେ ସାମ୍ନାକୁ ଆସିଛି ପୁଣି ଏକ ଚାଞ୍ଚଲ୍ୟକର ଘଟଣା । ସୋମବାର ବିଳମ୍ବିତ ରାତିରେ ଜଣେ ହୋଟେଲ ରୋଷେୟାଙ୍କୁ ତାଙ୍କ ହେଲପର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଖେଳିଛି ଆତଙ୍କ । ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ପଟିଆ ଷ୍ଟେସନ ରୋଡରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଆହତଙ୍କ ନାମ ଆଶିଷ ମହାନ୍ତି, ଯିଏ ଏକ ସ୍ଥାନୀୟ ହୋଟେଲରେ ରୋଷେୟା ଭାବରେ କାମ କରନ୍ତି । ତେବେ ତାଙ୍କ ସହାୟକ, ଯିଏ କି କେ. ଲାଭା ରାଓ ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ଆଶିଷଙ୍କ ଗଳା କାଟି ଗୁରୁତର ଆହତ କରିବା ପରେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ପରେ, ସ୍ଥାନୀୟ ଲୋକମାନେ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।…

Read More