Author: TRUPTIMAYEE SAHOO

ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏକ ପ୍ରମୁଖ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ୍ କରିଛି । ଏକ ମାସ ଧରି ଚାଲିଥିବା ଅପରେସନ ପରେ ଏକ ସ୍ୱତନ୍ତ୍ର ସେଲ୍ ଦଳ ଲସ୍କର-ଏ-ତୈବା (ଏଲଇଟି)ର ‘ମୋଷ୍ଟ ୱାଣ୍ଟେଡ୍’ କମାଣ୍ଡର ଶବ୍ବୀର ଅହମ୍ମଦ ଲୋନ୍ ଓରଫ୍ ‘ରାଜା କାଶ୍ମୀରୀ’ ହୋଇଛି ଗିରଫ । ରବିବାର ରାତିରେ ଗାଜିପୁର ଅଞ୍ଚଳରେ ଏହି ଗିରଫଦାରୀ ହୋଇଥିଲା, ଯେଉଁଠାରେ ପୋଲିସ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ନେଇ ଗଠିତ ଏକ ମିଳିତ ଦଳ ତାଙ୍କୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡିଛି ଯେ ଲୋନ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଆଇ.ଏସ.ଆଇ.ର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା ଏବଂ ବାଂଲାଦେଶରେ ସେମାନେ ଏନେଇ ଏକ ସକ୍ରିୟ ମାଡ଼େଲ୍ ପ୍ରତିଷ୍ଠା କରିଥିଲେ । ଏହି ନେଟୱାର୍କର ଉଦ୍ଦେଶ୍ୟ ଥିଲା ଭାରତୀୟ ଏବଂ ବାଂଲାଦେଶୀ ଯୁବକମାନଙ୍କୁ ମାଓବାଦୀର ଚିନ୍ତା ଧାରାରେ ଢ଼ାଳି ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ କରିବା । ପୋଲିସ ଅନୁଯାୟୀ, ଲୋନ୍…

Read More