Author: TRUPTIMAYEE SAHOO

ଦେଶ ସ୍ୱାଧୀନତା ପାଇବାର କିଛି ସମୟ ପରେ, ବିଜୁ ପଟ୍ଟନାୟକ ପାକିସ୍ତାନ ସମର୍ଥିତ ଆଦିବାସୀ ଲୁଟେରାଙ୍କ କବଳରୁ କାଶ୍ମୀରକୁ ରକ୍ଷା କରିଥିଲେ । ତାଙ୍କର ଅସାଧାରଣ ପାଇଲଟିଂ ଦକ୍ଷତା ପାଇଁ ସେ ଶ୍ରୀନଗର ବିମାନବନ୍ଦରକୁ ରକ୍ଷା କରିବାରେ ମଧ୍ୟ ସଫଳ ହୋଇଥିଲେ । ବିଜୁ ପଟ୍ଟନାୟକ କେବଳ ନିଜ ଦେଶର ସ୍ୱାଧୀନତାରେ ନୁହେଁ ବରଂ ଇଣ୍ଡୋନେସିଆର ସ୍ୱାଧୀନତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇରହିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆସନ୍ତୁ ଆମେ ବିଜୁବାବୁଙ୍କ ସାହସ ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବର ଅଜଣା ଇତିହାସକୁ ପଢିବା । ପାକିସ୍ତାନଠାରୁ ଶ୍ରୀନଗର ବିମାନବନ୍ଦରକୁ ରକ୍ଷା ଅଗଷ୍ଟ ୨୦୧୯ ରେ, ବିଜୁ ଜନତା ଦଳର ସାଂସଦ ପିନାକୀ ମିଶ୍ର ଲୋକସଭାରେ କହିଥିଲେ ଯେ ବିଜୁ ପଟ୍ଟନାୟକ କାଶ୍ମୀରକୁ ପାକିସ୍ତାନ ହାତରେ ପଡ଼ିବାରୁ ରକ୍ଷା କରିଥିଲେ ।…

Read More