Author: TRUPTIMAYEE SAHOO

ରାଜ୍ୟରେ ଶାସନ କ୍ଷମତା ପରିବର୍ତ୍ତନ ହେବା ଏବଂ ନୂତନ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ଦୀର୍ଘ ୨୨ ମାସ ବିତିଯାଇଛି। ସରକାରୀ କଳକୁ ଅଧିକ କ୍ରିୟାଶୀଳ ଏବଂ ଲୋକାଭିମୁଖୀ କରିବା ପାଇଁ ଶେଷରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ‘ଜିଲ୍ଲା ଯୋଜନା ବୋର୍ଡ’ (District Planning Board) କୁ ପୁନର୍ଗଠନ କରାଯାଇ ନୂଆ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥିରେ ୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୨୬ ଜଣ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାର ମଙ୍ଗୁଆଳ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ତୃଣମୂଳ ସ୍ତରରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦଳୀୟ ବିଧାୟକମାନଙ୍କୁ ଗୁରୁତ୍ୱ ପ୍ରଦାନ କରିବାର ଏକ ସ୍ପଷ୍ଟ ପ୍ରୟାସ ଦେଖିବାକୁ ମିଳିଛି। କିନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ ହେବା ପରେ ରାଜ୍ୟ ରାଜନୀତିରେ ଏକ ନୂତନ ଏବଂ ବୃହତ୍ତର ପ୍ରଶ୍ନ ମୁଣ୍ଡ ଟେକିଛି। ତାହା…

Read More