Author: TRUPTIMAYEE SAHOO

ବିଶ୍ୱ ରାଜନୀତିର ରଙ୍ଗମଞ୍ଚରେ ପୁଣି ଥରେ ହଟଚମଟ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯେଉଁ ସମୟରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧର କଳାବାଦଲ ଘେରି ରହିଥିଲା, ଠିକ୍ ସେତିକି ବେଳେ ଟ୍ରମ୍ପଙ୍କ ଏକ ଆକସ୍ମିକ ଘୋଷଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ୨ ରୁ ୩ ସପ୍ତାହ ମଧ୍ୟରେ ଆମେରିକୀୟ ସେନା ଇରାନ ସୀମାରୁ ଫେରିଆସିବେ ଏବଂ ଯୁଦ୍ଧର ପରିସମାପ୍ତି ଘଟିବ। କିନ୍ତୁ ଏହି ନିଷ୍ପତ୍ତି ପଛରେ ଲୁଚି ରହିଥିବା ରଣନୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରମ୍ପଙ୍କ ଅସ୍ଥିର ରଣନୀତି: ଭୟ ନା କୂଟନୀତି? ଡୋନାଲ୍ଡ ଟ୍ରମ୍ପଙ୍କୁ ବୁଝିବା ବିଶ୍ୱର ବଡ଼ ବଡ଼ ରାଜନୈତିକ ବିଶ୍ଳେଷକଙ୍କ ପାଇଁ କଷ୍ଟକର। ମାତ୍ର କିଛି ଦିନ ପୂର୍ବରୁ ସେ ଇରାନର ‘ଖଡଗ୍ ଆଇଲ୍ୟାଣ୍ଡ’ (Kharg Island) ଦଖଲ କରିବା ଏବଂ ତୈଳ ଡିପୋଗୁଡ଼ିକୁ ଧ୍ୱଂସ କରିବାକୁ ଧମକ ଦେଉଥିଲେ। ହେଲେ ହଠାତ୍…

Read More