Author: TRUPTIMAYEE SAHOO

ଓଡ଼ିଶା ବିଧାନସଭାରେ ଏବେ ବଜେଟ୍ ଅଧିବେଶନ ଆଲୋଚନା ବେଳେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏମିତି କିଛି କହିଛନ୍ତି, ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ବେଇମାନ ଘୋଡ଼ା’, ‘ନାଳୁଆ ଘୋଡ଼ା’ଠାରୁ ଆରମ୍ଭ କରି ‘ଗେଡ଼ା ଘୋଡ଼ା’ ପର୍ଯ୍ୟନ୍ତ— ସରକାରଙ୍କୁ ତୀର ମାରିବାକୁ ଯାଇ ଅରୁଣ ସାହୁ ଯେଉଁ ଶବ୍ଦବାଣ ପ୍ରୟୋଗ କରିଛନ୍ତି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦେଖିବା ବିଧାନସଭାରେ କେମିତି ବିଜେପି ସରକାରଙ୍କ ‘ଡବଲ୍ ଇଞ୍ଜିନ’କୁ ‘ଡବଲ୍ ଧୋକା’ ବୋଲି କହି ଧୋଇଲେ ଅରୁଣ। ବିଧାନସଭାରେ ବଜେଟ୍ ଉପରେ ନିଜର ମତ ରଖିବାବେଳେ ଅରୁଣ ସାହୁ କହିଛନ୍ତି ଯେ, ଏହି ବଜେଟ୍‌ରେ ସରକାର ବିଭିନ୍ନ ପ୍ରକାର ଘୋଡ଼ାଙ୍କ ପାଇଁ ବ୍ୟବସ୍ଥା ରଖିଛନ୍ତି। ସେ କହିଥିଲେ, “ଏ ବଜେଟ୍‌ରେ ଆରବ ଘୋଡ଼ା, ତଟ୍ଟୁ ଘୋଡ଼ା, ଚାଲାକିଆ ଘୋଡ଼ା, ଗେଡ଼ା ଘୋଡ଼ା, ଏମିତିକି ପ୍ରଭୁଭକ୍ତ ଏବଂ ବେଇମାନ…

Read More