Author: TRUPTIMAYEE SAHOO

ଓଡ଼ିଶାର ରାଜନୈତିକ ଇତିହାସରେ ବିଧାନସଭାର ବଜେଟ୍ ଅଧିବେଶନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଥାଏ। କିନ୍ତୁ ଚଳିତ ଅଧିବେଶନ ଯେଉଁଭଳି ଭାବେ ଶେଷ ହେଲା, ତାହା ଅନେକ ଅସମାପ୍ତ ପ୍ରଶ୍ନ ଏବଂ ରହସ୍ୟର କଳାବାଦଲ ଛାଡ଼ି ଯାଇଛି। ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି— ଶ୍ରୀମନ୍ଦିର ରତ୍ନଭଣ୍ଡାରର ହଜିଥିବା ଚାବି ସମ୍ପର୍କିତ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ। ଯେଉଁ ରିପୋର୍ଟକୁ ସାମ୍ନାକୁ ଆଣିବା ପାଇଁ ବିଜେପି ବିରୋଧୀ ଦଳରେ ଥିବା ବେଳେ ଆକାଶ ପାତାଳ ଏକ କରିଦେଇଥିଲା, ଆଜି ନିଜ ସରକାର ସମୟରେ ସେହି ରିପୋର୍ଟକୁ ବିଧାନସଭା ଗୃହରେ ଉପସ୍ଥାପିତ ନ କରିବା ପଛରେ କେଉଁ ଅଦୃଶ୍ୟ ଶକ୍ତିର ଚାପ ରହିଛି? କୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ଖାତିର ନଥିବା ମନୋଭାବ ଜଣେ ସଜାଗ ସାମ୍ବାଦିକ ଭାବେ ଯେତେବେଳେ ଆମେ ତଥ୍ୟକୁ ପରଖୁ, ସେତେବେଳେ ସରକାରଙ୍କ ଦୋମୁହାଁ ନୀତି ସ୍ପଷ୍ଟ ଜଣାପଡ଼େ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ…

Read More