Author: TRUPTIMAYEE SAHOO

ବିଶ୍ୱ ସୁରକ୍ଷାର ସବୁଠୁ ବଡ଼ ସ୍ତମ୍ଭ କୁହାଯାଉଥିବା ‘ନାଟୋ’ (NATO) ଏବେ ଇତିହାସର ସବୁଠୁ ବଡ଼ ସଙ୍କଟର ସମ୍ମୁଖୀନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିସ୍ଫୋରକ ବୟାନ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ବ୍ରିଟେନର ପ୍ରତିଷ୍ଠିତ ସମ୍ବାଦପତ୍ର “ଡେଲି ଟେଲିଗ୍ରାଫ”କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ ଆମେରିକାକୁ ନାଟୋରୁ ଓହରାଇ ନେବା ପାଇଁ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ୭୭ ବର୍ଷ ପୂର୍ବେ ସୋଭିଏତ୍ ସଂଘର ପ୍ରଭାବକୁ ରୋକିବା ପାଇଁ ଗଠିତ ଏହି ସାମରିକ ମେଣ୍ଟକୁ ଟ୍ରମ୍ପ ‘କାଗଜ ବାଘ’ (Paper Tiger) ବୋଲି ସମ୍ବୋଧନ କରିବା ୟୁରୋପୀୟ ଦେଶଗୁଡ଼ିକର ନିଦ ହଜାଇ ଦେଇଛି। କାହିଁକି କ୍ରୋଧିତ ଟ୍ରମ୍ପ? ଟ୍ରମ୍ପଙ୍କ ଏହି କଠୋର ଆଭିମୁଖ୍ୟ ପଛରେ ରହିଛି ଇରାନ ସହ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ। ଇରାନ ବିରୁଦ୍ଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ନାଟୋ ସହଯୋଗୀ ଦେଶଗୁଡ଼ିକ ଯେଉଁଭଳି ଭାବେ ନିଷ୍କ୍ରିୟ ରହିଲେ,…

Read More