Author: TRUPTIMAYEE SAHOO

ଭୁବନେଶ୍ୱରରେ ଗତ ୪ ତାରିଖ ରାତିରେ ବିଜେପି ସରକାର ବଡ଼ ଘୋଷଣା କରିଛନ୍ତି। ତାହା ହେଲା ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ସୀମା ୫୦%କୁ ବୃଦ୍ଧି କରାଯାଇଛି। ସେହି ରାତିରେ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକମାନେ ଏକ ଗଭୀର ଦ୍ୱନ୍ଦ୍ୱ ଭିତରେ ପଡ଼ିଗଲେ। ପ୍ରଶ୍ନ ଉଠିଲା— ଏହା ରାଜ୍ୟର ଅବହେଳିତ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏକ ଦୀର୍ଘ ପ୍ରତୀକ୍ଷିତ ଐତିହାସିକ ନ୍ୟାୟ ପ୍ରଦାନ, ନା ୨୦୨୯ ବିଧାନସଭା ନିର୍ବାଚନ ଦ୍ୱାର ଆଡ଼କୁ ଯାଉଥିବା ଏକ ସୁଚିନ୍ତିତ ରାଜନୈତିକ ମଞ୍ଚ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ “ଐତିହାସିକ” ଓ “ଦୀର୍ଘ ବିଳମ୍ବିତ ନ୍ୟାୟ” ବୋଲି ଅଭିହିତ କଲେ। ବିରୋଧୀ ଦଳ ଏହାକୁ “ଜାତିଆଣ ରାଜନୀତିର ଚତୁର ଖେଳ” ବୋଲି କହିଲେ। ଏହି ଦୁଇ ପ୍ରକାରର କଥା ମଝିରେ ଠିଆ ହୋଇ ଓଡ଼ିଶାର ସାଧାରଣ ମଣିଷ ପ୍ରଶ୍ନ କରୁଛି— ଅସଲ କଥା କ’ଣ? ଆସନ୍ତୁ ସେହି ପ୍ରଶ୍ନର ଉତ୍ତର…

Read More