Author: TRUPTIMAYEE SAHOO

ରାଜନୀତିରେ ଏକ ପ୍ରଚଳିତ ଉକ୍ତି ଅଛି— “ଯିଏ ଇତିହାସରୁ ଶିଖେ ନାହିଁ, ସେ ପୁରୁଣା ଭୁଲକୁ ଦୋହରାଇ ଦୁଃଖ ଭୋଗ କରେ।” ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ — ଏ ଦୁଇଟି ନିର୍ବାଚନ ଏକ ସଙ୍ଗେ ବିଜୁ ଜନତା ଦଳ ପାଇଁ ଅଭୂତପୂର୍ବ ବିପର୍ଯ୍ୟୟ ଡାକି ଆଣିଥିଲା। ୨୪ ବର୍ଷ ଧରି ଓଡ଼ିଶାର ରାଜ୍ୟ ଶାସନ ପରିଚାଳନା କରୁଥିବା ବିଜୁ ଜନତା ଦଳ ଗୋଟିଏ ଝଟ୍‌କାରେ ଉଭୟ ବିଧାନସଭା ଓ ଲୋକସଭାରୁ ପ୍ରାୟ ଅଦୃଶ୍ୟ ହୋଇଗଲା। ଜନତା ସ୍ପଷ୍ଟ ରାୟ ଦେଲେ। ସଂଗଠନ ଦୁର୍ବଳ ହୋଇଛି, ନେତୃତ୍ୱ ଦିଗଭ୍ରଷ୍ଟ ହୋଇଛି, ଦଳ ଭିତରେ ଗଣତନ୍ତ୍ର ନାହିଁ — ଏ ସମସ୍ତ ଅଭିଯୋଗ ମଧ୍ୟ ଖୋଲାଖୋଲି ଆଲୋଚନା ହୋଇଥିଲା। ସ୍ୱାଭାବିକ କଥା ଥିଲା ଯେ ଏ ବିଶାଳ ପରାଜୟ ପରେ ଦଳ ଆତ୍ମ-ସମୀକ୍ଷା କରିବ। ପୁରୁଖା ନେତାଙ୍କ ଅଭିଜ୍ଞତା ମୂଲ୍ୟ ଦିଆଯିବ। ଜନ-ସଂଯୋଗ ବଢ଼ାଯିବ। ସଂଗଠନ ଢାଞ୍ଚା ସୁଦୃଢ଼…

Read More