What's Hot
Author: TRUPTIMAYEE SAHOO
ଶିକ୍ଷାର ପେଣ୍ଠସ୍ଥଳ କୁହାଯାଉଥିବା ସମ୍ବଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ରାଜନୈତିକ ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି। ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାରତୀୟ ପରିଚାଳନା ସଂସ୍ଥାନ (IIM) ସମ୍ବଲପୁରର ଦୀକ୍ଷାନ୍ତ ସମାରୋହରେ କ୍ରମାଗତଭାବେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତି ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଅନୁଷ୍ଠାନ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ପରିଚାଳିତ, ସେହି ଅନୁଷ୍ଠାନର ମୁଖିଆଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ କାହିଁକି ଦେଖିବାକୁ ମିଳୁନାହିଁ, ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍ଠାନ ନିଜର, ମନ୍ତ୍ରୀ କାହିଁକି ପର? ଆଇଆଇଏମ୍ ସମ୍ବଲପୁର ଏକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ। ଏହାର ସମସ୍ତ ନୀତି ନିର୍ଦ୍ଧାରଣ ଏବଂ ପରିଚାଳନା ଦାୟିତ୍ୱ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଉପରେ ନ୍ୟସ୍ତ। ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସମ୍ବଲପୁରରୁ ପ୍ରତିନିଧିତ୍ୱ କରୁଥିବାବେଳେ, ଅନୁଷ୍ଠାନର ସବୁଠାରୁ ବଡ଼ ଉତ୍ସବ ‘ଦୀକ୍ଷାନ୍ତ ସମାରୋହ’ରେ ତାଙ୍କର ଅନୁପସ୍ଥିତି ସମସ୍ତଙ୍କୁ ଚକିତ…
