Author: TRUPTIMAYEE SAHOO

ଆଜି ଆମେ ଏପରି ଏକ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯାହା କେବଳ ରାଜନୀତି ନୁହେଁ, ବରଂ ମାନବିକତା, ନ୍ୟାୟ ଏବଂ ପ୍ରତିଶ୍ରୁତିର ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଜିର ସବୁଠାରୁ ବଡ଼ ପ୍ରଶ୍ନ— “କଣ ମୋହନ ମାଝୀ ସତରେ ଭୁଲିଗଲେ ଦାରା ସିଂହଙ୍କୁ?” ଏକଥା ଆମେ ନୁହଁ ବିଜେପିରୁ ନିଲମ୍ବିତ ହୋଇଥିବା ତେଲେଙ୍ଗାନାର ବିଧାୟକ ଟି ରାଜା ସିଂହ କହିଛନ୍ତି। ଆଜି ଯେଉଁମାନେ ଓଡ଼ିଶାର ଶାସନ ଗାଦିରେ ଅଛନ୍ତି, ସେହି ମୋହନ ମାଝୀ ଏବଂ ତାଙ୍କର ସହଯୋଗୀମାନେ, ଦାରା ସିଂହଙ୍କ ସମର୍ଥନରେ ଏକାଧିକଥର ପ୍ରତିବାଦ କରିଥିଲେ, ଆନ୍ଦୋଳନ କରିଥିଲେ। ସେତେବେଳେ ସେମାନଙ୍କର ସ୍ୱର ଥିଲା— ଦାରା ସିଂହଙ୍କୁ ଜେଲରୁ ମୁକ୍ତ କରାଯାଉ, ତାଙ୍କୁ ନ୍ୟାୟ ଦିଆଯାଉ। କିନ୍ତୁ ଆଜି ସମୟ ବଦଳିଛି। ଯେତେବେଳେ ସେମାନେ ନିଜେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କ୍ଷମତାର ଶୀର୍ଷରେ ଅଛନ୍ତି, ଆଜି ସେହି ଦାରାଭାଇଙ୍କ କଥା କାହିଁକି ଆଉ ମୁହଁରୁ ବାହାରୁନାହିଁ ବୋଲି ତେଲେଙ୍ଗାନାର…

Read More