Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ପଶ୍ଚିମବଙ୍ଗ ସବୁବେଳେ ଏକ ଜଟିଳ ତଥା ରୋମାଞ୍ଚକର ପେଣ୍ଠସ୍ଥଳୀ ହୋଇ ରହିଛି। ୨୦୧୧ରେ ଯେଉଁଠି ‘ପରିବର୍ତ୍ତନ’ର ସ୍ଲୋଗାନ ଦେଇ ମମତା ବାନାର୍ଜୀ ୩୪ ବର୍ଷର ବାମପନ୍ଥୀ ଶାସନକୁ ଧୂଳିସାତ୍ କରିଥିଲେ, ଆଜି ୧୫ ବର୍ଷ ପରେ ସେହି ସମାନ ମଇଦାନରେ ତାଙ୍କ ନିଜ ଗଡ଼ ଏବେ ସଙ୍କଟରେ । ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଆସିଥିବା ‘ଫାଇନାଲ୍ ଓପିନିୟନ୍ ପୋଲ୍’ ଏବେ ବେଙ୍ଗଲ୍ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଲଢ଼େଇ ଏବେ କେବଳ ଭୋଟ୍‌ରେ ସୀମିତ ନାହିଁ, ବରଂ ଏହା ଦୁଇଟି ଶକ୍ତିଶାଳୀ ଆଦର୍ଶ—ମମତାଙ୍କ ‘ବଙ୍ଗଳା ଗର୍ବ’ ଏବଂ ମୋଦୀଙ୍କ ‘ବିକାଶ ଓ ପରିବର୍ତ୍ତନ’ ମଧ୍ୟରେ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ୧. ସଂଖ୍ୟାର ସଙ୍କେତ: କାଣ୍ଟେ କି ଟକ୍କର ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୪୮। ମ୍ୟାଟ୍ରାଇଜ୍ (Matrize) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଶାସକ ତୃଣମୂଳ…

Read More