Author: TRUPTIMAYEE SAHOO

ଓଡିଶାର ଅନୁଗୁଳରେ ଏକ ସ୍ୱତନ୍ତ୍ର କୋର୍ଟ ଗତ ବର୍ଷ ଘଟିଥିବା , ଏକ ଚାରି ବର୍ଷର ଝିଅକୁ ବଳାତ୍କାର ଏବଂ ହତ୍ୟା କରିବା ପାଇଁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଅତିରିକ୍ତ ଜିଲ୍ଲା ଜଜ୍-କମ୍-ସ୍ପେଶାଲ୍ ପୋକ୍ସୋ କୋର୍ଟ ଶୁକ୍ରବାର ଦିନ ଜରପଡ଼ା ପୋଲିସ ସୀମା ଅନ୍ତର୍ଗତ ଜେରେଙ୍ଗ ଗ୍ରାମର ଦେହୁରୀ ସାହିର ବାସିନ୍ଦା ବାବୁଲା ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଇଥିବା ଜଣାପଡ଼ିଛି । ଯେଉଁଥିରେ ‘ଅପହରଣ ପାଇଁ ଧାରା ୧୩୭(୨), ହତ୍ୟା ପାଇଁ ୧୦୩(୧), ୧୨ ବର୍ଷରୁ କମ୍ ବୟସର ଝିଅକୁ ବଳାତ୍କାର ପାଇଁ ୬୫(୨), ଏବଂ ପ୍ରମାଣ ନଷ୍ଟ ପାଇଁ ୨୩୮(କ), ଏବଂ ଗୁରୁତର ଯୌନ ନିର୍ଯାତନା ସମ୍ପର୍କିତ ପୋକ୍ସୋ ଆଇନର ଧାରା ୬’ ଅନ୍ତର୍ଭୁକ୍ତ। ଯଦିଓ ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ କୌଣସି ଅନୁତାପ ନଥିଲା ତେବେ ରାୟ ଆସିବାର ଗୋଟିଏ ଦିନ…

Read More