Author: TRUPTIMAYEE SAHOO

ସାମ୍ପ୍ରତିକ ବର୍ଷଗୁଡ଼ିକରେ ବାଳିକା ଶିକ୍ଷାରେ ସ୍ପଷ୍ଟ ପ୍ରଗତି ହାସଲ କରିଛି ଓଡ଼ିଶା। କିନ୍ତୁ ରାଜ୍ୟର ଲିଙ୍ଗଗତ ପାର୍ଥକ୍ୟକୁ ପୂରଣ କରିବା ଏବଂ ଯୁବତୀମାନଙ୍କୁ ସଶକ୍ତିକରଣ ପାଇଁ ନିରନ୍ତର ଚେଷ୍ଟା କରିବା ଏକ ବଡ଼ ଚ୍ୟାଲେଞ୍ଜ ଭଳି ଠିଆ ହୋଇଛି। ଝିଅମାନଙ୍କର ନାମଲେଖା ସ୍ତର ବଢ଼ିଥିଲେ ମଧ୍ୟ ସାମନ୍ତର ଭାବେ ବଢ଼ୁଛି ଛାଡ଼ପତ୍ରର ହାର। ଗତ କିଛି ବର୍ଷ ମଧ୍ୟରେ, ଓଡ଼ିଶାରେ ମାଧ୍ୟମିକ ସ୍ତରରେ ବାଳିକାମାନଙ୍କ ସ୍କୁଲ ନାମଲେଖାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ବାଳିକାମାନଙ୍କର ମୋଟ ନାମଲେଖା ଅନୁପାତ ୨୦୨୨-୨୩ ରେ ୮୦.୮% ଠାରୁ ୨୦୨୪-୨୫ରେ ୮୫% କୁ ବୃଦ୍ଧି ପାଇଛି, ଯାହା ପୂର୍ବଥରର ରେକର୍ଡ ଭାଙ୍ଗିଛି। ବିଶେଷଜ୍ଞମାନେ ଏହି ଉପରମୁହାଁ ଗ୍ରାଫ୍ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଭିତ୍ତିକ ପଦକ୍ଷେପ; ଯେପରିକି ଛାତ୍ରବୃତ୍ତି, ଆଦିବାସୀ ଝିଅମାନଙ୍କ ପାଇଁ ମାଗଣା ସାଇକେଲ, ହଷ୍ଟେଲ ସହାୟତା ପ୍ରଦାନ, ଝିଅମାନଙ୍କ ଶିକ୍ଷାକୁ ପ୍ରାଥମିକ ଗୁରୁତ୍ୱ ପାଇଁ ଅଭିଭାବକଙ୍କ ସଚେତନତାରେ ବ୍ୟାପକ ବୃଦ୍ଧିକୁ ଦାୟୀ…

Read More