Author: TRUPTIMAYEE SAHOO

ପଶ୍ଚିମବଙ୍ଗ ନିର୍ବାଚନ ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠି ପ୍ରତିଟି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଗ୍ରାଉଣ୍ଡ ଜିରୋର ରିପୋର୍ଟ କହୁଛି ଯେ, ବଙ୍ଗଳାର ମିଜାଜ୍ ବଦଳୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ଜନସମୁଦ୍ର ଏବଂ ସାଇଲେଣ୍ଟ ଭୋଟରଙ୍କ ସଙ୍କେତ କହୁଛି କି ଏଥର କିଛି ଐତିହାସିକ ଘଟିବାକୁ ଯାଉଛି। କିନ୍ତୁ ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଅସ୍ତ୍ର ସାଜିଛି ବିଜେପିର ନୂଆ ମାନିଫେଷ୍ଟୋ। ଆସନ୍ତୁ ଜାଣିବା କିପରି ବିଜେପିର ଏହି ଶପଥ ପତ୍ର ମମତାଙ୍କ ଦୁର୍ଗକୁ ଦୋହଲାଇ ଦେଇଛି।” ବିଜେପିର ୧୫ଟି ବଡ଼ ପ୍ରତିଶ୍ରୁତି ବିଜେପି ନିଜ ମାନିଫେଷ୍ଟୋକୁ ‘ଶପଥ ପତ୍ର’ ନାମ ଦେଇଛି। ଏଥିରେ ବଙ୍ଗଳାବାସୀଙ୍କ ପାଇଁ ୧୫ଟି ମୁଖ୍ୟ ପ୍ରତିଶ୍ରୁତି ଦିଆଯାଇଛି: ୧. ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ସୀମାପାର ଅନୁପ୍ରବେଶ ରୋକିବା ପାଇଁ ଶକ୍ତ ପଦକ୍ଷେପ। ୨. ଭ୍ରଷ୍ଟାଚାର ଉପରେ ହ୍ଵାଇଟ୍ ପେପର: ଟିଏମସିର ୧୫ ବର୍ଷର ଶାସନରେ ହୋଇଥିବା ଦୁର୍ନୀତି…

Read More