Author: TRUPTIMAYEE SAHOO

ବିଶ୍ୱ ସ୍ତରରେ ବଢୁଛି ଭାରତର ପ୍ରଭାବ । ଗୋଟିଏ ପଟେ ଇରାନର ରାଷ୍ଟ୍ରପତି ପାକିସ୍ତାନ ଗସ୍ତରେ ଅଛନ୍ତି, ଯାହାକୁ ନେଇ ଅନେକ ପ୍ରକାରର ରାଜନୈତିକ ଅଟକଳ ଲଗାଯାଉଛି । କିନ୍ତୁ ଅନ୍ୟପଟେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଭାରତକୁ ଖୋଲାଖୋଲି ଭାବେ ଧନ୍ୟବାଦ ଜଣାଇଛନ୍ତି । କାହିଁକି ଇରାନ ଭାରତକୁ ପ୍ରଶଂସା କରୁଛି? ପାକିସ୍ତାନରେ ଆଲୋଚନା ଚାଲିଥିବା ବେଳେ ଭାରତରୁ ଯାଇଥିବା ମେଡିକାଲ ସାହାଯ୍ୟର ଗୁରୁତ୍ୱ କ’ଣ? ନିକଟରେ ଭାରତ ସରକାର ଇରାନକୁ ବହୁ ପରିମାଣର ଔଷଧ ଏବଂ ଚିକିତ୍ସା ସରଞ୍ଜାମ ପଠାଇଛନ୍ତି। ଇରାନ ଏହି ସହାୟତା ପାଇବା ପରେ ଭାରତ ପ୍ରତି କୃତଜ୍ଞତା ଜଣାଇଛି। ଇରାନର ରାଷ୍ଟ୍ରଦୂତ କହିଛନ୍ତି ଯେ, କଷ୍ଟ ସମୟରେ ଭାରତ ସବୁବେଳେ ଜଣେ ଭଲ ବନ୍ଧୁ ଭାବେ ସାହାଯ୍ୟର ହାତ ବଢ଼ାଇଛି। ଏହି ସହାୟତା ଏପରି ଏକ ସମୟରେ ପହଞ୍ଚିଛି ଯେତେବେଳେ ଇରାନ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ଏବଂ କିଛି ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ସମସ୍ୟା ଦେଇ…

Read More