Author: TRUPTIMAYEE SAHOO

ରାଜନୈତିକ ବୟାନବାଜି ଏବେ କୋର୍ଟ କଚେରୀର ଦାଣ୍ଡରେ ପହଞ୍ଚିଛି। କଂଗ୍ରେସର ବରିଷ୍ଠ ନେତା ପୱନ ଖେଡ଼ାଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ମିଳିଥିବା ଆଗୁଆ ଜାମିନକୁ ଏବେ ସୁପ୍ରିମକୋର୍ଟରେ ଆହ୍ୱାନ କରିଛନ୍ତି ଆସାମ ସରକାର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିବା ଏହି ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। କାହିଁକି ଆସାମ ସରକାର ପୱନ ଖେଡ଼ାଙ୍କ ପିଛା ଛାଡୁନାହାନ୍ତି ଏବଂ ଏହି ଆଇନଗତ ଲଢ଼େଇ ପଛରେ ଥିବା ପ୍ରକୃତ କାରଣ କ’ଣ?” ଘଟଣାର ପୃଷ୍ଠଭୂମି ଓ ବିବାଦ କିଛି ସମୟ ପୂର୍ବରୁ କଂଗ୍ରେସ ନେତା ପୱନ ଖେଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂରା ନାମକୁ ନେଇ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ, ବିଶେଷ କରି ଆସାମରେ ଏକାଧିକ ଏତଲା ରୁଜୁ ହୋଇଥିଲା। ଆସାମ ପୋଲିସ ଏହି ମାମଲାରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ ମଧ୍ୟ…

Read More