Author: TRUPTIMAYEE SAHOO

ସାଧାରଣ ଜନତାଙ୍କ ପକେଟ୍ ପାଇଁ ଏକ ଭଲ ଖବର ଆସିଛି। ସରକାରୀ ତଥ୍ୟ ଅନୁସାରେ, ମାର୍ଚ୍ଚ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୪ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ବଜାରରେ ଜିନିଷପତ୍ରର ଦରବୃଦ୍ଧି ହାର କମିଛି। କିନ୍ତୁ ଏହି ଖୁସି କେତେ ଦିନ ପାଇଁ? କାରଣ ପଶ୍ଚିମ ଏସିଆରେ ଇରାନ ଏବଂ ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଦର ବଢ଼ିବାରେ ଲାଗିଛି । “ମୁଦ୍ରାସ୍ଫୀତି କମିବା ପଛର କାରଣ କ’ଣ ଏବଂ ଇରାନ ଯୁଦ୍ଧ ଆମ ରୋଷେଇ ଘର ଉପରେ କି ପ୍ରଭାବ ପକାଇପାରେ ?” ମୁଦ୍ରାସ୍ଫୀତି କମିବାର ମୁଖ୍ୟ କାରଣ ମାର୍ଚ୍ଚ ମାସରେ ମୁଦ୍ରାସ୍ଫୀତି ହାର ୩.୪% ରହିବା ପଛରେ ଖାଦ୍ୟ ପଦାର୍ଥର ଦର ନିୟନ୍ତ୍ରଣ ଏକ ବଡ଼ କାରଣ। ବିଶେଷ କରି ପନିପରିବା ଏବଂ ଡାଲି ଜାତୀୟ ଶସ୍ୟର ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି।…

Read More