Author: TRUPTIMAYEE SAHOO

ଅକ୍ଷୟ ତୃତୀୟାରେ ଚଳଚଞ୍ଚଳ ହୋଇଛି ସୁନା ବଜାର । ବ୍ୟବସାୟୀଙ୍କ ମୁହଁରେ ଦେଖିବାକୁ ମିଳିଛି ଉତ୍ସାହ । ଅଧିକାଂଶ ଲୋକଙ୍କ ଆଖିରେ ରହିଛି ସୁନା ମୁଦ୍ରାର ଚାହିଦା । ହେଲେ, ସୁନାର ମୂଲ୍ୟ ଅଧିକ ଥିବାରୁ କିଛି ଲୋକ ହାଲୁକା ଅଳଙ୍କାର ମଧ୍ୟ ତିଆରି କରୁଛନ୍ତି । ବ୍ୟବସାୟୀ ମାନେ କହିଛନ୍ତି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଶ୍ରୀ ରାମ, ରାମ ଦରବାର, ମା ଲକ୍ଷ୍ମୀ, ଭଗବାନ ଗଣେଶ ଙ୍କ ଚିତ୍ରିତ ଅଳଙ୍କାର ସବୁକୁ ଗଢ଼ିଛନ୍ତି କାରିଗର । କୃଷ୍ଣ ନଗର ବଜାରର ଅଳଙ୍କାର ବ୍ୟବସାୟୀ ଅଶୋକ ସେଠ କହିଛନ୍ତି ଯେ ଆଜିର ଭାରତୀୟ ପର୍ବ ପାଇଁ ଦୋକାନରେ ବହୁତ ଭିଡ଼ । ଲକ୍ଷ୍ମୀ ଗଣେଶ ଅଳଙ୍କାର ସହ ସୁନା ମୁଦ୍ରାକୁ ବି ବେଶ ପସନ୍ଦ କରୁଛନ୍ତି ଲୋକେ । ତେବେ ଚଳିତବର୍ଷ ସୁନା ଏବଂ ରୂପାର ମୂଲ୍ୟରେ ବେଶ ବୃଦ୍ଧି ଯୋଗୁଁ ଲୋକମାନଙ୍କ ଚାହିଦାରେ ରହିଛି ହାଲୁକା…

Read More