Author: TRUPTIMAYEE SAHOO

ମହାରାଷ୍ଟ୍ରର ନାସିକ୍‌ରେ ଥିବା ଟିସିଏସ୍ କମ୍ପାନୀରେ ମହିଳା କର୍ମଚାରୀଙ୍କ ଧର୍ମାନ୍ତରୀକରଣ ଏବଂ ଯୌନ ଶୋଷଣ ମାମଲାରେ ଜୋରଦାର ଚାଲିଛି ତଦନ୍ତ । ତେବେ ଏ ନେଇ ଅନେକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ଏଠାରେ କାମ କରୁଥିବା ଜଣେ ଯୁବତୀ ତାଙ୍କ କର୍କଟ ପୀଡିତ ପିତାଙ୍କ ଚିକିତ୍ସା ପାଇଁ କର୍ପୋରେଟ୍ ଜିହାଦର ସମ୍ମୁଖୀନ ହୋଇଥିଲେ । ପୀଡିତା ତାଙ୍କ ପିତାଙ୍କ କେମୋଥେରାପି ଓ ଔଷଧ ପାଇଁ ଟଙ୍କାର ଆବଶ୍ୟକତା ହେତୁ ମାନସିକ ନିର୍ଯାତନା ଏବଂ ଅପମାନ ସହ୍ୟ କରିଥିଲେ । ପାରିବାରିକ ଦାୟିତ୍ୱ ହେତୁ ଚାକିରି ନାମରେ ଧର୍ମାନ୍ତରୀକରଣର ଗୁପ୍ତ ଏଜେଣ୍ଡାର ଶିକାର ମଧ୍ୟ ହୋଇଥିଲେ। କର୍କଟ ରୋଗ ଯୋଗୁଁ ପିତା ଶଯ୍ୟାଶାୟୀ ଥିଲେ, ଘରେ ଖାଦ୍ୟର ଅଭାବ ମଧ୍ୟ ଥିଲା । ପୀଡିତା ତାଙ୍କ ପରିବାରକୁ ପ୍ରତିପାଳନ କରିବା ପାଇଁ ସବୁକିଛି ସହ୍ୟ କରିଥିଲେ । ଜାତୀୟ ମହିଳା କମିଶନ ମଧ୍ୟ ପୀଡିତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ…

Read More