Author: TRUPTIMAYEE SAHOO

ରାଜନୀତିରେ କେବଳ ପୋଷାକ ବଦଳିଲେ କାହାଣୀ ବଦଳେନି । କିନ୍ତୁ ଯେତେବେଳେ ପୋଷାକ ସହ ସ୍ୱର ବଦଳିଯାଏ, ଆରମ୍ଭ ହୁଏ ଏକ ଭୟଙ୍କର ବିସ୍ଫୋରଣ । ଏବେ ସେଇ ବିସ୍ଫୋରଣ ଦେଖାଯାଉଛି ବିଜେଡି ଭିତରେ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ , ଯିଏ ନିଜ ପୋଷାକର ରଙ୍ଗ ବଦଳାଇବା ସହ ଆକ୍ରମଣର ଢଙ୍ଗ ବି ବଦଳାଇ ଦେଇଛନ୍ତି । ପୋଷାକ ନାଲିରୁ ଧଳା ହେବା ପରେ ପ୍ରଭାତ ବିଶ୍ୱାଳଙ୍କ ପ୍ରଥମ ଟାର୍ଗେଟ୍ ସାଜିଛନ୍ତି ପ୍ରଣବ ପ୍ରକାଶ ଦାସ, ଅର୍ଥାତ୍ ବବି ଦାସ । ପ୍ରଭାତ ସିଧାସଳଖ ବବିଙ୍କୁ “ଭସ୍ମାସୁର” ଭାବେ ଘୋଷଣା କରିଛନ୍ତି । ଏହା କେବଳ ଏକ ଅଭିଯୋଗ ନୁହେଁ… ଏହା ହେଉଛି ଏକ ରାଜନୈତିକ ଯୁଦ୍ଧର ଖୋଲା ଘୋଷଣା । ତେବେ କ’ଣ ରହିଛି ସେହି ଘୋଷଣା ପଛର ରହସ୍ୟ? ୨୦୧୨ରେ ଚିଟଫଣ୍ଡ ମାମଲାରେ ଗିରଫ ହେବା ପରେ ଯିଏ ଦୋଷମୁକ୍ତ ନ ହେବା ପର୍ଯ୍ୟନ୍ତ ଲାଲ…

Read More