Author: TRUPTIMAYEE SAHOO

ଦେଶରେ ସ୍ୱାସ୍ଥ୍ୟ ବୀମା ବାଛିଥିବା ଲୋକଙ୍କ ସଂଖ୍ୟା ନିରନ୍ତର ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ବୀମା ଦାବି ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବୀମା ରଖିବା କିମ୍ବା ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ଲେଖା ହେବା ସତ୍ତ୍ୱେ, ରୋଗୀମାନେ ଏବେ ବି ସେମାନଙ୍କ ଚିକିତ୍ସା ଖର୍ଚ୍ଚର ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ନିଜ ପକେଟରୁ କିମ୍ବା ଟଙ୍କା ଋଣ କରି ଭରଣ କରିବାକୁ ବାଧ୍ୟ ହେଉଛନ୍ତି । ଗତବର୍ଷର ରିପୋର୍ଟ ଅନୁଯାୟୀ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା କରାଯାଇଥିବା ସଦ୍ୟତମ ସର୍ଭେରେ ଏହି ସୂଚନା ପ୍ରକାଶ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା ଜାନୁଆରୀ ଏବଂ ଡିସେମ୍ବର ୨୦୨୫ ମଧ୍ୟରେ କରାଯାଇଥିବା ଘରୋଇ ବ୍ୟବହାର ସର୍ଭେ ଅନୁଯାୟୀ, ପରିବାରଗୁଡ଼ିକ ହସ୍ପିଟାଲରେ ଭର୍ତ୍ତି ଖର୍ଚ୍ଚର ଏକ ଯଥେଷ୍ଟ ଅଂଶ ବହନ କରୁଛନ୍ତି ତାହାବି ସେମାନଙ୍କର ବ୍ୟକ୍ତିଗତ ସଞ୍ଚୟ, ଋଣ କିମ୍ବା ସମ୍ପତ୍ତି…

Read More