Author: TRUPTIMAYEE SAHOO

ଆନ୍ଧ୍ରରେ ବଢୁଛି ବେଆଇନ କୁକୁଡ଼ା ଲଢେଇ ଆଇନ ଗତ କଟକଣା ସତ୍ତ୍ୱେ ମକର ସଂକ୍ରାନ୍ତି ସମୟରେ ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଲଢ଼େଇ ବଢ଼ିବାରେ ଲାଗିଛି। ଶହ କି ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ ବେଟିଂ। ଯେଉଁଥିରେ କୁକୁଡ଼ାମାନଙ୍କୁ ଲଢ଼େଇ ପାଇଁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପାଞ୍ଚଶହ କି ହଜାରେ ନୁହେଁ, ଲକ୍ଷ ବି ନୁହେଁ ଲଢେଇ ପାଇଁ ପାଇଟର କୁକୁଡାଙ୍କ ବିକ୍ରି ମୂଲ୍ୟ ଏଥର ୨୫ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୁକୁଡ଼ା ବିକ୍ରି ବୃଦ୍ଧି ପାଇଛି। ଜାନୁଆରି ମାସ ମକର ସଂକ୍ରାନ୍ତି ଋତୁରେ ଉପକୂଳ ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଲଢ଼େଇ ଉପରେ ବଡ଼ ବଡ଼ ବାଜି ଲଗାଇବାକୁ ପଣ୍ଟରମାନେ ପ୍ରସ୍ତୁତ ହେଉଥିବା ବେଳେ କର୍ମକର୍ତ୍ତାମାନେ କହୁଛନ୍ତି ଯେ ପର୍ବ ନାମରେ ପଶୁ ନିର୍ଯାତନା ଏବଂ ଜୁଆ ଖେଳ ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଜାନୁଆରି ମଧ୍ୟଭାଗରେ ସବୁ କିଛି ଶେଷ…

Read More