Author: TRUPTIMAYEE SAHOO

ତା ମଧ୍ୟରେ ଆମର ଏକତା ପ୍ରତିଫଳିତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ପକ୍ଷରୁ ପ୍ରବାସୀ ଭାରତୀୟ ଦିବସର ଦ୍ୱିତୀୟ ଦିନରେ ଜନତା ମଇଦାନ ଠାରେ ଭାରତ ଏବଂ ଭାରତୀୟତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କଳାକାରମାଙ୍କ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହୋଇଥିଲା । ଏଥିରେ ଦେଶର ସାଂସ୍କୃତିକ ବିବିଧତା ମଧ୍ୟରେ ଆମର ଏକତା ଓ ବୈଭବ ପ୍ରତିଫଳିତ ହୋଇଛି ।  ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦେଶଗୁଡ଼ିକ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ବିଭିନ୍ନ ନୃତ୍ୟ ପରିବେଷଣ ହୋଇଛି। ସିନ୍ଧୁ-ସରସ୍ୱତୀ ସଭ୍ୟତା, ନୌବାଣିଜ୍ୟ ଏବଂ ସାଂସ୍କୃତିକ ସଂଯୋଗକୁ ଚିତ୍ରଣ କରୁଥିବା ବିଷୟବସ୍ତୁକୁ ନେଇ ଶାସ୍ତ୍ରୀୟ କୁଚିପୁଡି ନୃତ୍ୟ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମାରକନ୍ ଉପକୂଳ ଏବଂ ପାରସ୍ୟ ଉପସାଗର ଏବଂ ପଶ୍ଚିମରେ ବାବିଲୋନ ପର୍ଯ୍ୟନ୍ତ ଏବଂ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକ…

Read More