Author: TRUPTIMAYEE SAHOO

ମହିଳା ନେତୃତ୍ୱାଧୀନ ସଶକ୍ତିକରଣକୁ ପ୍ରାଧାନ୍ୟ ଦକ୍ଷତାକୁ ଗୁରୁତ୍ୱ ଦିଅନ୍ତୁ, ଲିଙ୍ଗକୁ ନୁହେଁ : ଜୟଶଙ୍କର  ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନର ଅନ୍ତିମ ଦିବସ “ଆଦର୍ଶ ମହିଳା ପ୍ରବାସୀ:ମହିଳାଙ୍କ ନେତୃତ୍ୱ ଓ ପ୍ରଭାବ – ନାରୀ ଶକ୍ତି” ପ୍ରସଙ୍ଗ ଆଧାରିତ ପୂର୍ଣ୍ଣାଙ୍ଗ ଅଧିବେଶନରୁ ପ୍ରାରମ୍ଭ ହୋଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ ଦେବା ଉପରେ ଏହି ଆଲୋଚନା ଚକ୍ରରେ ଗୁରତ୍ୱ ଦିଆଯାଇଥିଲା ।              କେନ୍ଦ୍ର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର କହିଥିଲେ ଯେ,  ମହିଳାମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ଶିକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ବୈଷମ୍ୟ ଦୂର କରି ସେମାନଙ୍କ ଦକ୍ଷତାକୁ ଉଚିତ ସମ୍ମାନ ଜଣାଇବା ନିମନ୍ତେ ସରକାର…

Read More