Author: TRUPTIMAYEE SAHOO

ବିଶ୍ୱରେ ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି: ଧର୍ମେନ୍ଦ୍ର ଭାରତ ସରକାରଙ୍କ ‘ଲୁକ୍ ଇଷ୍ଟ- ଆକ୍ଟ ଇଷ୍ଟ’ ନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି ପ୍ରବାସୀ ଭାରତୀୟ ସମାରୋହରେ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ପ୍ରାଚୀନ କାଳରୁ ଓଡ଼ିଶା ଜଗତୀକରଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶୁକ୍ରବାର ପ୍ରବାସୀ ଭାରତୀୟ ସମ୍ମେଳନର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ହଜାର ହଜାର ବର୍ଷ ଧରି ଓଡ଼ିଶାରୁ ପ୍ରବାସୀ ଓଡ଼ିଆ ମାନେ ଶ୍ରୀଲଙ୍କା ଓ ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟ ବ୍ୟବସାୟ କରିଥିଲେ ।  କାର୍ତ୍ତିକ ମାସରେ ଓଡ଼ିଆମାନେ ବେପାର ବାଣିଜ୍ୟ ପାଇଁ ବିଦେଶ ଯାଇଥାନ୍ତି ସେଥିପାଇଁ ତ ଆମେ ପ୍ରବାସୀ ଭାରତୀୟ । ଓଡ଼ିଶାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଏବେ ବି ବିଶ୍ୱରେ, ବିଶେଷ କରି ସାଉଥ୍ – ଇଷ୍ଟ ଏସିଆରେ ଦେଖାଯାଉଛି…

Read More