What's Hot
Author: TRUPTIMAYEE SAHOO
Odisha: ରାଜ୍ୟ ବାହାରେ କର୍ମନିଯୁକ୍ତି ସୃଷ୍ଟି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ । ଓଡ଼ିଶା ସରକାରଙ୍କ ‘ଯୋଜନା ଓ ସଂଯୋଜନ ବିଭାଗ’ ଏବଂ ‘ଦି କନଭରଜେନ୍ସ ଫାଉଣ୍ଡେସନ(ଟିସିଏଫ୍)’, ମୁଖ୍ୟାଳୟ-ନୂଆଦିଲ୍ଲୀ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି( ଜବ୍ କ୍ରିଏସନ ଆଣ୍ଡ ପ୍ରଡକ୍ଟିଭ ଏମ୍ପଲ୍ଏମେଣ୍ଟ) ସଂପର୍କିତ ଏକ ବୁଝାମଣାପତ୍ର (ଏମଓୟୁ) ଗୁରୁବାର ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟସରକାରଙ୍କ ପକ୍ଷରୁ ଶିଳ୍ପବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ହେମନ୍ତ ଶର୍ମାଏବଂ ଟିସିଏଫର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ଧାୱନଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବା ସହ ଏହିସହଯୋଗକୁ ଆନୁଷ୍ଠାନିକ ରୂପ ଦିଆଯାଇଛି । ଏହି ବୁଝାମଣାପତ୍ର ଦ୍ୱାରା ଓଡ଼ିଶା ସରକାରଙ୍କ ରହିଥିବା ବିଭିନ୍ନ ବିକାଶମୂଳକ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ…
