Author: TRUPTIMAYEE SAHOO

‌ Incom TaX: ଆୟକର ଆଇନ, ୧୯୬୧ର ବିସ୍ତୃତ ସରଳୀକରଣ ଲକ୍ଷ୍ୟ ସଂସଦରେ ଆଜି ଆୟକର ବିଲ ୨୦୨୫ ଆଗତ ହୋଇଛି। ହଟ୍ଟଗୋଳ ଓ ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଗୁରୁବାର ନୂଆ ଆୟକର ବିଲ୍‌ ଉପସ୍ଥାପନ କରିଛନ୍ତି। ପୁରୁଣା ନିୟମ ତୁଳନାରେ ନୂଆ ଆହୁରି ଜଟିଳ ବୋଲି ବିରୋଧୀମାନେ ଅଭିଯୋଗ କରିବା ସତ୍ତ୍ୱେ ତାହା ବାଚନିକ ଭୋଟ୍‌ରେ ପାରିତ ହୋଇଛି। ଏହାପରେ ବିଲ୍‌କୁ ଅନୁଧ୍ୟାନ ପାଇଁ ସିଲେକ୍ଟ କମିଟିକୁ ପଠାଇବାକୁ ଅର୍ଥମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସେହି କମିଟି ଗଠନ କରିବେ। କମିଟି ଏହାର ରିପୋର୍ଟ ମାର୍ଚ୍ଚ ୧୦ରେ ଦେବ। ୨୦୨୬ ଏପ୍ରିଲ୍‌ ୧ରୁ ନୂଆ ନିୟମ ଲାଗୁ ହେବ। ଏହା ଆୟକର ଆଇନ ୧୯୬୧ର ଭାଷା ଓ ଢାଞ୍ଚାକୁ ସରଳୀକରଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ସରଳୀକରଣ ପଦକ୍ଷେପ ତିନୋଟି ମୁଖ୍ୟ ସିଦ୍ଧାନ୍ତ ଉପରେ ଆଧାରିତ । ସେଗୁଡ଼ିକ ହେଲା…

Read More