Author: TRUPTIMAYEE SAHOO

Mahakumbh: ବାଲେଶ୍ୱର ଜିଲ୍ଲାରୁ ପ୍ରାୟ ୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ ଟି ଯାଉଥିଲା। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳାକୁ ଓଡ଼ିଶାରୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର୍ ଶୋଇପଡ଼ିବାରୁ ବସଟି ଠିଆ ହୋଇଥିବା ଏକ ବାଲି ବୋଝେଇ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ବିହାର-ଉତ୍ତରପ୍ରଦେଶ ସୀମାନିକଟ ବିହାରର କୈମୁର ଜିଲ୍ଲାର ମୋହନିଆ ନିକଟରେ ରାତି ପ୍ରାୟ ୧୨ଟା ୫୦ ମିନିଟରେ ଏହି ବସ୍ ଦୁର୍ଘଟଣା ଘଟିଛି। ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ ପ୍ରାୟ ୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ ଟି ଯାଉଥିଲା। ଆହତ ୩୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଶ୍ରୀରାମ ନାମକ ଡ୍ରାଇଭର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ । ସ୍ଥାନୀୟ କର୍ତ୍ତୃପକ୍ଷ…

Read More