Author: TRUPTIMAYEE SAHOO

 Odisha:‘ଭୀମ’ର ଦାମ ୩୦ କୋଟି ଟଙ୍କା ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ମତ୍ସ୍ୟଚାଷୀ ଓ ବିଭିନ୍ନ ବର୍ଗର ପ୍ରାଣୀପାଳକ l  ଏହି ସମାବେଶରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି ରାଜସ୍ତାନର ପଣ୍ଡା ‘ଭୀମ’ l ‘ଭୀମ’ର ଜୀବନଶୈଳୀ,  ଖାଦ୍ୟଶୈଳୀ ଓ ଭାବଭଙ୍ଗିମା  ଲୋକଙ୍କ ମଧ୍ୟରେ ବିଶେଷ କୌତୁହଳ ଜାଗ୍ରତ କରୁଛି l ରାଜସ୍ଥାନ ଯୋଧପୁର ସହରରୁ  ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶକୁ ଆସିଛି ପଣ୍ଡା ‘ଭୀମ’ l ‘ଭୀମ’ ହେଉଛି ମୁରା ପ୍ରଜାତିର ପଣ୍ଡା l  ‘ଭୀମ’ର ରଙ୍ଗ ଚିକ୍କଣ କଳା, ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ ଓ ଉଚ୍ଚତା ପ୍ରାୟ ୬ ଫୁଟ l ‘ଭୀମ’କୁ ବର୍ତ୍ତମାନ ୯ ବର୍ଷ l ଏହାର ଦାମ ହେଉଛି ୩୦ କୋଟି ଟଙ୍କା। ରାଜସ୍ଥାନର ଜବାହରଲାଲ ଜାଙ୍ଗିଦଙ୍କ ଦ୍ୱରା ପ୍ରତିପାଳିତ ‘ଭୀମ’ର ସୁନ୍ଦର ଓ ବଳିଷ୍ଠ ସ୍ୱାସ୍ଥ୍ୟ, ବିଶାଳ ଆକାର ଓ…

Read More