What's Hot
Author: TRUPTIMAYEE SAHOO
Entertainment with Education: ଏପର୍ଯ୍ୟନ୍ତ ମୋଟ ୩୩୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ 3 ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଅଛନ୍ତି। ପିଲାମାନଙ୍କର ପାଠ ପଢ଼ିବାର ଅଭିଜ୍ଞତାକୁ ବଦଳାଇବା ପାଇଁ ଇନୋଭେଟ୍ ଟୁ ଏଜୁକେଟ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଏକ ରୋମାଞ୍ଚକର ପ୍ରତିଯୋଗିତା। ଏହା କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ର ଅଂଶବିଶେଷ ଏବଂ ୱେଭସ୍ (ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍) ଅଧୀନରେ ପାଳନ କରାଯାଇଥାଏ। ଏହା ଚାରୋଟି ପ୍ରମୁଖ ସ୍ତମ୍ଭ ଉପରେ ଧ୍ୟାନ ଦେବ, ଯଥା: ପ୍ରସାରଣ ଓ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର, ଡିଜିଟାଲ ମିଡିଆ ଓ ନବୋନ୍ମେଷ ଏବଂ ଚଳଚ୍ଚିତ୍ର। ଏଭିଜିସି -ଏକ୍ସଆର (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ଯେପରିକି ଅଗମେଣ୍ଟେଡ୍ ରିଅଲିଟି, ଭର୍ଚୁଆଲ୍ ରିଅଲିଟି, ଏବଂ ମେଟାଭର୍ସ) ପାଇଁ ଉତ୍ସର୍ଗୀକୃତ ‘ଇନୋଭେଟ୍ ୨ ଏଜୁକେଟ୍’ ୱେଭ୍ସର ସ୍ତମ୍ଭ ୨ ସହିତ ଯୋଡ଼ି ହୋଇଛି। ସୂଚନା ଏବଂ ପ୍ରସାରଣ…
