Author: TRUPTIMAYEE SAHOO

Gridco Odisha: ଜନଶୁଣାଣି ବେଳେ ଗ୍ରିଡ୍‌କୋର ପ୍ରସ୍ତାବ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିରୂପଣ ନେଇ ଓଇଆର୍‌ସିରେ ଚାଲିଥିବା ଜନଶୁଣାଣିର ତୃତୀୟ ଦିନରେ ଗ୍ରିଡ୍‌କୋ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୫୪ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି। ଏହା ଉପରେ ହୋଇଥିବା ଶୁଣାଣିରେ ୧୭ ଜଣ ଅଭିଯୋଗକାରୀ ଆପତ୍ତି ଉଠାଇଛନ୍ତି। ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଜରିଆରେ ଗ୍ରିଡ୍‌କୋ ରଖିଥିବା ଆବେଦନ ଆଧାରରେ ଚଳିତବର୍ଷ ଓଡ଼ିଶା ପାଇଁ ଯେତିକି ବିଦ୍ୟୁତ୍‌ ଉପଲବ୍ଧ ଅଛି ଆସନ୍ତା ବର୍ଷ ପ୍ରାୟ ସେତିକି ଅର୍ଥାତ୍‌ ୪୩୯୫୦ ନିୟୁତ ବିଦ୍ୟୁତ୍‌ ଉପଲବ୍ଧ ହେବ। ସେଥିରୁ ୩୮୮୧୪ ନିୟୁତ୍‌ ୟୁନିଟ ଚାରିଟି ଆବଣ୍ଟନ କମ୍ପାନୀକୁ ବିକ୍ରି ହେବ। ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କା ଅଧିକ ରାଜସ୍ୱ ଆବଶ୍ୟକତା ଅଛି। ତେଣୁ ଗ୍ରିଡ୍‌କୋର ପାଇକାରୀ ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୫୪ ପଇସା ବୃଦ୍ଧିକରି ରାଜସ୍ୱ ଆବଶ୍ୟକତାକୁ ପୂରଣ କରିବାକୁ…

Read More