Author: TRUPTIMAYEE SAHOO

ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ – ୨୯୪ରୁ ୨୦୭ ସିଟ୍ । ୧୫ ବର୍ଷର ଶାସନର ଅନ୍ତ ଘଟିଲା । କିନ୍ତୁ ଯେତେବେଳେ କୋଲକାତାରେ ଭୋଟ୍ ଗଣତି ଚାଲିଥିଲା, ସେତେବେଳେ ନ୍ୟୁୟର୍କ, ଦୋହା ଏବଂ ୱାଶିଂଟନ୍‌ର ନ୍ୟୁଜ୍ ରୁମ୍‌ରେ ଏକ ଭିନ୍ନ ଗଣତି ଚାଲିଥିଲା। ବିଦେଶୀ ଗଣମାଧ୍ୟମ ନିର୍ବାଚନ ଫଳାଫଳ ଅପେକ୍ଷା କରିନଥିଲେ, ସେମାନେ ପୂର୍ବରୁ ହିଁ ସ୍ଥିର କରିସାରିଥିଲେ ଯେ ସେମାନେ କ’ଣ ଲେଖିବେ । ଏକ୍ସପୋଜ୍ ହେଲା ସେହି ‘Foreign Media’ର ବେଙ୍ଗଲ ପ୍ଲାନ । କିଭଳି ନ୍ୟୁୟର୍କ ଟାଇମ୍ସ, ଅଲ୍‌ଜଜିରା ଏବଂ ଦି ଡିପ୍ଲୋମାଟ୍ ଭଳି ସଂସ୍ଥାଗୁଡିକ ଭାରତର ଗଣତନ୍ତ୍ରକୁ ଅପମାନିତ କରିବା ପାଇଁ ପୂର୍ବ ପ୍ରସ୍ତୁତ ସ୍କ୍ରିପ୍ଟ ବ୍ୟବହାର କଲେ? ବଙ୍ଗଳା ନିର୍ବାଚନକୁ ନେଇ ବିଦେଶୀ ଗଣମାଧ୍ୟମର କଭରେଜ୍‌ କୁ ତିନୋଟି ଭାଗରେ ବିଭକ୍ତ କରାଯାଇପାରେ। ୧. ସଚ୍ଚୋଟ କ୍ୟାମ୍ପ୍: ୱାଶିଂଟନ୍ ପୋଷ୍ଟରେ ବିଲ୍ ଡ୍ରେକ୍ସେଲ୍ ଲେଖିଲେ ଯେ, ଏହି ବିଜୟ ମୋଦୀଙ୍କ ବିରାସତକୁ ମଜବୁତ…

Read More