Author: TRUPTIMAYEE SAHOO

ରାଫେଲ ଏବଂ ମିରାଜ-୨୦୦୦ ଭଳି ଲଢ଼ୁଆ ବିମାନରେ ନିୟୋଜିତ MICA କ୍ଷେପଣାସ୍ତ୍ର ,ଏବେ ଭାରତ ଭିତରେ ହିଁ ହେବ ମରାମତି । ଫରାସୀ କମ୍ପାନୀ MBDA ଏହି ମର୍ମରେ ଭାରତୀୟ ବାୟୁସେନା (IAF) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁଯାୟୀ, MICA କ୍ଷେପଣାସ୍ତ୍ରର ଆଧୁନିକୀକରଣ ଭାରତରେ ସମ୍ଭବ ହୋଇପାରିବ । ଏଥି ସହ ଫ୍ରାନ୍ସରୁ କିଣାଯାଇଥିବା ରାଫେଲ ଜେଟ୍ ମଧ୍ୟ ସ୍ଥାନୀୟ ଭାବରେ ମରାମତି କରାଯାଇପାରିବ । ଏହି ଚୁକ୍ତିକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ବହୁ ସମୟ ଧରି ଚାଲିଥିଲା । ଫରାସୀ କମ୍ପାନୀ ଭାରତରେ MICA କ୍ଷେପଣାସ୍ତ୍ର ପାଇଁ ଏକ ରକ୍ଷଣାବେକ୍ଷଣ ଏବଂ ମରାମତି କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିବା ନେଇ ହୋଇଛି ନିର୍ଣ୍ଣୟ । ରାଫେଲ ଏବଂ ମିରାଜ ଜେଟ୍ ରେ ବ୍ୟବହୃତ କ୍ଷେପଣାସ୍ତ୍ରର ମରାମତି OPEXNews ର ଏକ ରିପୋର୍ଟ ଅନୁଯାୟୀ, MBDA ଏବଂ IAF ମଧ୍ୟରେ ଏହି ନୂତନ…

Read More